Unknown

ରାଧାକାନ୍ତ ଜଣାଣ

ରାଜା ହରିଚନ୍ଦନ ଜଗଦେବ

 

ରାଗ କାମୋଦୀ।

(୧)

କରିବରତାରଣ, କଳୁଷନିବାରଣ, କର ନ ହୋଇ ନିଷ୍କରୁଣ

କେତେ ଅବା ଅପାର, କ୍ଳେଶ କରାଇ ପାର, କରିଛି ଏ ପ୍ରାଣ ରକ୍ଷଣ ହେ ରାଧାକାନ୍ତ ।

କରୁଛି ଛାମୁରେ ଜଣାଣ

କରୁଣା ନ କଲେ ତତ୍‌କ୍ଷଣ

କ୍ଳେଶ ହୋଇଣ ଟାଣ, କାଳକବଳେ ପ୍ରାଣ, କରି ଦେବଟି ସମର୍ପଣ ହେ ରାଧାକାନ୍ତ

(୨)

ଖମଣିସୁତାତଟ, ବିହାରୀ ଆହେ ନଟ,-ବର ମୁକୁଟ ତଟ ମଣି

ଖଚରଗଣଙ୍କର, କି ଥିଲେ ଦୋଷ ଆର, ଖରେ ନାଶ ସେ ଦୁଃଖଶ୍ରେଣୀ ହେ ରାଧାକାନ୍ତ

ଖଣ୍ଟଧନ ରଖିଲା ପ୍ରାୟ

ଖୁରିଏ ମନ ନୋହେ ଥୟ

ଖଳଜନଙ୍କ ଦରେ, ସଡ଼ିଯାଏଖେଦବେ, ସର୍ବଦା ହୋଇ ନିରୁପାୟ ହେ ରାଧକାନ୍ତ

(୩)

ଗରୁଡ଼େଶ ହେ କୁରେ, ଗତି ତୁମ୍ଭ ବାହାରେ, ନାହିଁତମୋରକେହୁ ଆନ

ଗଭୀର ମହାଦୁଃଖ, ଗର୍ତ୍ତେ ପଡ଼ି ନିରେଗ, କହିଲ କି କାରଣେ ଏସନ ହେ ରାଧାକାନ୍ତ

ଗରିଷ୍ଟକଷ୍ଟାଦି ନ ସହି

ଗଳ ଗବାକ୍ଷ ଜୀବ ଡେଇଁ

ଗଲା ନ ଗଲାପରି, ହୋଇ ହୁଏ ଓଟାରି ନ ରଖିଲେ ଯିବ ପଳାଇ ହେ

 

(୪)

ଘଡ଼ିଘଡ଼ିକେ ମନ, ହେଉଛି ବନହୀନ, ତଡ଼ାଗର ମୀନ ପ୍ରକାର

ଘୋଷିଘୋଷି ତୁମ୍ଭର, ନାମକୁ ନିରନ୍ତର, କିପାଁ ନ ହୁଏ ଶାନ୍ତି ଆର ହେ ରାଧାକାନ୍ତ

ଘେନିଲେ ବାରେ ସିନା ହେବ

ଘେନାଇଁ କେ କହି ପାରିବ

ଘନ ପରାୟେ ଘୋଟି, କଫ ବାତାଦିତୋଟି, ରୁନ୍ଧିଲେଣି ନେବାକୁ ଜୀବ ହେ

(୫)

ନିରେଖ ପ୍ରତି ଆଉ, ନିରାଶକୁ ନ ହେଉ, ନିରକ୍ଷ ରକ୍ଷକ ହେ ହରି

ନିତି ସହି ଯାତନା, ନିତ୍ୟାନିତ୍ୟ ଭାବନା, ରହି ନ ପାରେଟିମୋହରି ହେ ରାଧାକାନ୍ତ

ନାହିଁ ମୋ ଆୟତ୍ତ ଏଥର

ନବମୃଦୁ ରମ୍ଭା ପତର

ନିଳେଅପୂର୍ବାହାରହେଲାପ୍ରାୟମୋହର, ଶରୀର ହୁଏ ଲଭି ଦର ହେ ରାଧାକାନ୍ତ

(୬)

ଚିନ୍ତାରେ ଅନୁକ୍ଷଣ, ଚିତ୍ତ ହୁଅଇ ଗଣ,-ବଣା ଏଣୀର ପରକାର

ଚାଖିବ କୁ ତୁମ୍ଭର, ଚରଣଧୌତ ନୀର, ଚେତିଲେ ଚେତା ନୋହେ ଆର ହେ ରାଧାକାନ୍ତ

ଚନ୍ଦ୍ର ଅମୃତ ଦୃଷ୍ଟି ଲବେ

ଚପଳେ ନ ପଡ଼ିବ ଯେବେ

ଚନ୍ଦ୍ରଙ୍କୁ କରି ଆଶା, ଚାହିଁ ଚାହିଁଣ ଶଶା, ଲଭିବା ଦଶାହେବ ଏବେ ହେ ରାଃ

 

(୭)

ଛିଦ୍ର ଦଶାରଭୋଗ, କାଳେତସର୍ବେରାଗ, ହୁଅନ୍ତି ଚାହିଁଦେବା କ୍ଷଣି

ଛଦ୍ମେ ତୁମ୍ଭେ ସେପରି, ନରଭାବ ଆଚରି, ଛାଡ଼ି ନ ଦିଅ ଦୁଃଖଶ୍ରେଣୀ ହେ ରାଧାକାନ୍ତ

ଛନ୍ଦି ପକାଇ ପାପଡ଼ୋର

ଛଟପଟ କରୁଛି ଘୋର

ଛଟକେ ପେଶି ଅରି, ଛିନ୍ନ ବିଛିନ୍ନ କରି, ଛିଣ୍ଡାଇ ନାଶ ତାପ ଖର ହେ ରାଧାକାନ୍ତ

(୮)

ଜୟ ମଙ୍ଗଳାଳୟ, ଜୟ ବିଶ୍ୱ ଆଶ୍ରୟ, ଜୟ ଜଳଜବାସୀ ଈଶ

ଯିବା କାଳରେ ଜୀବ, ଯେବେ ଦୟା ନହେବ, ଜଗତେ କି ପାଇବ ଯଶ ହେ ରାଧାକାନ୍ତ

ଜଗିଛିଟି କାଳ ଧୀବର

ଜାଲ ଧରି ଏହି ଅସ୍ଥିର

ଜୀବନ ମୀନ ଧରି, ଜବେ ନେବ ଓଟାରି, ଜାଗ୍ରତ କର କୃପାନୀର ହେ ରାଧାକାନ୍ତ

(୯)

ଝଞ୍ଜକାରେ ଏପରି, ଦିନ ଯାଉଛି ସରି, ଝରି ଝରିଇକ୍ଷଣୁ ବାରି

ଝୁରି ଝୁରିଣ ମରି, ଯିବା ବେଳକୁ ହରି,ଝିମଟେ ନ ପେଶ ଯା ଅରି ହେ ରାଧାକାନ୍ତ

ଝଞ୍ଜାନିଳ ପ୍ରକାରେ ଦୁଃଖ

ଝାଙ୍କିଲାଣିଟିଜୀବବୃକ୍ଷ

ଝଟକି କୃପାନିଧି, କୃପା ନ କଲେ ବୁଦ୍ଧି; ହୀନ ବୋଲି ହେବ ମନ୍ଦାକ୍ଷ ହେ ରାଧାକାନ୍ତ

 

(୧୦)

ନିଧୁବନବିହାରୀ, ରାଧା ମାନସହାରୀ, ସାଧୁଜନମନରଞ୍ଜନ

ନବୀନ ଘନଶ୍ୟାମ, ନିତି ତୁମ୍ଭର ନାମ, ଭଜି କେ ହୋଇଛି ବା ହୀନ ହେ ରାଧାକାନ୍ତ

ନିଶ୍ଚେତ ପନ୍ନଗ ନାଗରୀ

ନାଗର ଶୃଙ୍ଗୀ ଆଦି କରି

ଅଟେ ମାଧୁରୀ ଯେଡ଼େ, କରେ ଅନୀତି ତେଡ଼େ, ନ ଧରଟି ବୁଦ୍ଧି ସେପରି ହେ ରାଧାକାନ୍ତ

(୧୧)

ଟେକପଣାଦି ନଷ୍ଟ, ଅଦୃଷ୍ଟ କରି ଭ୍ରଷ୍ଟ, ଦେଉଅଛି ଅସହ୍ୟ କଷ୍ଟ

ଟାଣପଣ ନ ଭାଙ୍ଗି, ଦେଲେ ରଥାଙ୍ଗ ଫିଙ୍ଗି, ଟିକାକେହେବିଟି ବିନଷ୍ଟ ହେ ! ରାଧାକାନ୍ତ

ଟିକାକୁ ହୋଇଛନଛନ

ଟଳଟଳ ହୁଏ ଜୀବନ

ଟଳିଗଲେ ଟିକାକେ, ଟାହି ଅରାତି ଲୋକେ, କରୁଥିବେଟି ପ୍ରତିଦିନ ହେ ରାଃ।

(୧୨)

ଠାକୁର ହୋଇକରି, ଯେବେ ଦୀନେ ଏପରି ଠକପଣକୁ ଆଚରିବ

ଠୁଳ ହୋଇଣନରେ, ଚେଳ ଦେଇ ମୁଖରେ, ହାସେ ଉଛୁଳାଇବେ ଭବ ହେ ରାଧାକାନ୍ତ

ଠିକକରି କହୁଛି ଆଣ୍ଟେ

ଠାବ ଦେବଟି ବଇକୁଣ୍ଠେ

ଠକି ନ ଦେଇ ତେବ, ସମୟେ ଦେବ ତବ, ନାମ ସ୍ମରାଇବଟି କଣ୍ଠେ ହେ ରାଧାକାନ୍ତ

 

(୧୩)

ଡ଼ୁଇଁ ହେବାରେ ଦକା, ଲାଗୁଛି ଡ଼ୌଲ ଚକା, ଡ଼ୋଳା ହେ ନୀଳାଚଳବାସୀ

ଡାକିଲେ ହେଲେ କେତେ, ଡେରି କର୍ଣ୍ଣ କିଞ୍ଚିତେ, ନ ଶୁଣି କିଁପା କର ଦୋଷୀ ହେ ରାଧାକାନ୍ତ

ଡାକନ୍ତେ କରୀ ଆତୁରରେ,

ଡେରି କର୍ଣ୍ଣ ପରା ସତ୍ୱରେ

ଡାକ ଶୁଣି ଚକ୍ରକୁ ପେସିନାଶି ଚକ୍ରକୁ, ରଖିଅଛି ଯଶ କ୍ଷିତିରେ ହେ ରାଧାକାନ୍ତ

(୧୪)

ତମ କରଣ କହୁ, ନାହିଁ ହେ ଚତୁର୍ବାହୁ, ଅନ୍ତର୍ଗତେ ତବ ଋଚିର

ଢପକୁ ଭଜି ନିତି, କିଁପାଇ ଏହିମତି, ଢଣାମାତ୍ରକ ହେଲା ସାର ହେ

ରାଧାକାନ୍ତ ଢାଳେ ହେଲେ କୃପା ଅମୃତ

ଢାଳରୁ ଝଟତି କିଞ୍ଚିତ

ଢଳିପଡ଼ୁମୋହରେ, ଢେଉ ଯଶ ତୁମ୍ଭରେ ହୋଇ କୁରେ ହେଉ ବିଖ୍ୟାତ ହେ ରାଃ

(୧୫)

ଅଗତିରସୁଗତି, ଅକୂପାର ଦୁହିତି, ଅଙ୍କବିହାରି ହେ ଈଶ୍ୱର

ଅନନ୍ତ ନିର୍ବିକାର, ଅନ୍ତର୍ଯ୍ୟାମି ହେ ମୋର, ଅନ୍ତର୍ଗତରଅଘହର ହେ ରାଧାକାନ୍ତ

ଅନ୍ତେ କିଞ୍ଚିତେ କଲେ ଧ୍ୟାନ,

ଅନ୍ଧପରା ଲଭେ ଲୋଚନ,

ଆଜନ୍ମ ପଙ୍ଗୁଶୈଳ, ଲଙ୍ଘି ଯାଏ ଚପଳ, ନିର୍ଦ୍ଧନୀ ସୁଦ୍ଧା ଲଭେ ଧନ ହେ ରାଧାକାନ୍ତ

 

(୧୬)

ତ୍ରିତାପ ନିବାରଣ, ତ୍ରିପୁରର କାରଣ, ତମାଳ-ବରନ ହେ ହରି

ତିଳେ ହେଲେ ତୁମ୍ଭର ତାମ ରସପୟର,ତଳେ ରଖ ବାମନ ପରି ହେ ରାଧାକାନ୍ତ

ତାମସ ଭାବ ହେବ ନାଶ,

ତିନ୍ତିବ ପ୍ରେମନୀରେ ବାସ

ତ୍ରାହି ହେବାକୁ ରାହା, ତବ କରୁଣା ସାହା ଅଟେ ବୋଲିକରେଁ ସାହସ ହେ ରାଧାକାନ୍ତ

(୧୭)

ଥୟ କରିଣ କହ, ଫିଟୁ ମୋର ସନ୍ଦେହ, ଥଙ୍ଗଥଙ୍ଗନୋହିଣ ତାଉ,

ଥକା ନ ହୋଇପୁଣ, ଥିବି କି ଧରି ପ୍ରାଣ, ସେବି ତବ ପଦ କଠାଉ ହେ ରାଧାକାନ୍ତ

ଥବିର କାଳର ପ୍ରକାର,

ଥରି ଉଲ୍ଲସେ କଳେବର,

ଥର ଥରକେ ପର, ଥଟାରେକିଁପା ଆର, ନୁଆଇଁ ଦେଉଅଛି ଶିର ହେ ରାଧାକାନ୍ତ

(୧୮)

ଦକ୍ଷ ମନରଞ୍ଜନ, ଦକ୍ଷ ତାପ ଭଞ୍ଜନ, ଅକ୍ଷବାହନ ନିରଞ୍ଜନ

ଦକ୍ଷ ହୋଇଣ ହ୍ରାସ, ଅକ୍ଷ ହେଉଛି ଧ୍ୱଂସପକ୍ଷକହୁଅଟି ବହନ ହେ ରାଧାକାନ୍ତ

ଦୁଃସାଧ୍ୟ କଷ୍ଟ ଦେଖି ମୋର,

ଦର ନ କରି ଚିତ୍ତେ ଆର,

ଦର ରଥାଙ୍ଗଧାରି, ଦୀନଜନଗୁହାରୀ, ଦ୍ୱିକର୍ଣ୍ଣଡ଼େରିସୁଣ ଖର ହେ ରାଧାକାନ୍ତ

 

(୧୯)

ଧରଣୀ ଧର ଧର, ଧରଣୀସୁତା ବର, ଧେନୁକାରି ହେ ମହାବାହୁ

ଧନ୍ଦି ହେଲେ ହେ କେତେ, ଧୋକା ରଖିଲେ ଏତେ, ଧନ୍ଦାତ ନ ପିଟିବ ଆଉ ହେରାଧାକାନ୍ତ

ଧର୍ମ ଲକ୍ଷଣରେ ପ୍ରବୃତ୍ତ,

କର ମୋ ଚିତ୍ତକୁ କିଞ୍ଚିତ

ଧଡ଼ସିପାପଗଣ, ଧର୍ଷିତ ହୋଇପୁଣ, ପଳାନ୍ତୁ ଶିର କରି ନତ ହେ ରାଧା କାନ୍ତ

(୨୦)

ନୀଳାଚଳବିହାରି, ନିଖିଳ ତାପହାରି, ନିରକ୍ଷ ଜନୈକ ପକ୍ଷକ

ନିଶ୍ଚଳେ ଭାବେ ମକ୍କି, ନିତି ତୁମ୍ଭଙ୍କୁ ଭଜି, ନ ପାଏ କିଁପା ଦିନେ ସୁଖ ହେ ରାଧାକାନ୍ତ

ନିଧି ଦେବା ଆଶା ଦେଖାଇ,

ନିବିଡ଼ଅରନ୍ୟକୁନେଇ,

ନିର୍ଜୀବ ତରୁଡ଼ାଳ, ପରେ ବସାଇ ମୂଳ, କାଟିବା ବୁଦ୍ଧି ଧର ନାହିଁ ହେ ରାଧାକାନ୍ତ

(୨୧)

ପତିତଙ୍କର ଗତି, ପରା ଅଟତ ଅତି, ପତିତ ମୁଁ ଅଟେଟିମୋର

ପ୍ରତି କିଞ୍ଚିତ କୃପା, ନ ହେଲା ଯଦି କୃପା-ସିନ୍ଧୁ କିଁପାବୋଲାଅ ଆର ହେ ରାଧାକାନ୍ତ

ପରିତାପ କରି ନାଶନ,

ପବିତ୍ର କର କାୟା ମନ,

ପରାଙ୍ମୁଖ ନ ହୋଇ, ପରିତୋଷରେ ମୁହିଁ, ପରିଶେଷରେ ହେବି ଲୀନ ହେ ରାଧାକାନ୍ତ

 

(୨୨)

ଫୁରୁଣାରେ ଝଟତି, ଫେଡ଼ ଏହି ଦୁର୍ଗତି, ଫାନ୍ଦକୁ ଆହେ ଦୟାମୟ

ଫଳାଫଳ ନ ପାଇ; ଫଜିତ ହୋଇମୁହିଁ, ସହିବି କେତେ ଧରି କାୟ ହେ ରାଧାକାନ୍ତ

ଫିକର ଯେତେପରି କଲି, ଫନ୍ଦୀବୋଲାଇ ନ ପାରିଲି

ଫତୁର ଦଶା ଆସି,

ଫୁତ୍କର ପରି ଗ୍ରାସି,

ଲାଣିତ କହିବି କି ବୋଲିହୋ ରାଧାକାନ୍ତ

(୨୩)

ବଳିନ୍ଦସ୍ଥ ହେ ଦୟା, ବହି ସଂସାର ମାୟା,ବହିରରୁ କର ବାହାର

ବିଶ୍ୱେ କେ ଅଛି ତବ, ବାହାରେ ଅନ୍ୟ ଦେବ, ଦେବାକୁ ଅଭୟାଦି ବର ହେ ରାଧାକାନ୍ତ

ବିଭୁବୋଲାଇ ସାରାସାର,

ବିଚାର ନ ଥିଲେ ଚାକର

ବିପନ୍ନ ହୋଇ ମହା, ବିପଦାନଳେଦାହା, ହେବାରେ କି ସଂଶୟ ଆର ହେ ରାଃ

(୨୪)

ଭକତବୃନ୍ଦ ହୃଦ-କୁମୁଦ ସର୍ବବିଦ, ଭୂମିସମ୍ଭବା ସହୃଦୟ

ଭଦ୍ରଶ୍ରୟ ହେ ଦେବ, ଭବ ଭୁବିରୁ ଜବ, ତରିବାକୁ ହୁଅ ଆଶ୍ରୟ ହେ ରାଧାକାନ୍ତ

ଭୀଷଣ କଷ୍ଟ ଦେଖି ମୋର

ଭୟାଳୁପଣକିପାଁ ଧର

ଭଦ୍ରକାରକହୋଇ, ଭନ୍ଦିଳ ନ କରାଇ, ଭୁଲାଉଛ ଯା ମୋହେ ଆର ହେ ରାଧାକାନ୍ତ

 

(୨୫)

ମନ୍ଦରଧର ଶ୍ୟାମ, ସୁନ୍ଦର ଆହେ ମମ ମନ୍ଦନକୁ ଶ୍ରବଣ କରି

ମଞ୍ଜୁପଦ ସେବାରେ, ମତି ଲଗାଅ ବାରେ, ମମତା ନ ରଖି ଆହୁରି ହେ ରାଧାକାନ୍ତ

ମନ୍ଦଦଶା ପ୍ରବେଶ ହୋଇ

ମର୍ମଚିନ୍ତା ଚିତାରେ ଦହି ମୁହୂର୍ତ୍ତକ ମଧ୍ୟରେ,

ମନକୁ କି କଳରେ, ପକାଇ ଦେଉଛି ବୁଲାଇ ହେ ରାଧାକାନ୍ତ

(୨୬)

ଯଜ୍ଞପୁରୁଷ ହରି, ଯଜ୍ଞଅରିଙ୍କ ଅରି; ଯତ୍ନ ମୋର ସଫଳ କରି

ଯେବେ ଏ ମାରାତ୍ମକ, ଯନ୍ତ୍ରଣାରୁ ବାରେକ, ଯଦି ନ ତାର ଯିବି ସରିହେ ରାଧାକାନ୍ତ

ଯୋଗମାୟାରେମନଜ୍ଞାନ,

ଯୋଗ ହେବାରୁ ପ୍ରତି ଦିନ

ଯୁକ୍ତାଯୁକ୍ତ ନ ଜାଣି, ଯାବତସୁଖମଣି, ଯେତେ ହେଉଛି ହୀନମାନ ହେ ରାଧାକାନ୍ତ

(୨୭)

ରଥାଙ୍ଗଧର ଏହି, ରସାରେ ଆଉ କେହି, ରକ୍ଷା କରିବାକୁତ ନାହିଁ

ରକ୍ଷକ ତୁମ୍ଭେ ହୋଇ, ରହିଲେ ତୁନି ହୋଇ, କହିବି କାହାକୁ ବା ଯାଇଁ ହେ ରାଧାକାନ୍ତ

ରବିନ୍ଦପଦଦ୍ୱନ୍ଦେ ମନ,

ରଖି ଭବେ ବାଁ କେଉଁ ଜନ

ରହିଛି ବୁଡ଼ି ଦୁଃଖ, ରତ୍ନାକରେ ନିରେଖ, ହୋଇମୋ ପରି ପ୍ରତିଦିନ ହେ ରାଧାକାନ୍ତ

 

(୨୮)

ଲୋକ ମାତାଙ୍କ ବର, ଲୋକଜୀବନାଧାର, ଲମ୍ବକର୍ଣ୍ଣକୁଳବଇରି।

ଲୋକାପବାଦେ ଅତି, ଲମ୍ଭିତ ହୋଇ ନିତି, ଲାଘବ ପାଏ ଯା ଆହୁରି ହେ । ରାଧାକାନ୍ତ ।

ଲବମାତ୍ରକ କରୁଣାରେ,

ଲୋହିତଲୋଚନପ୍ରାନ୍ତରେ।

ଲୋକନଯଦିହୋନ୍ତା, ଲୌକିକଆଦି ଚିନ୍ତା, ଚିତା ଲିଭିଯାଆନ୍ତା ଖରେ ହେ । ରାଧାକାନ୍ତ ।

(୨୯)

ବିଭୁଠାରେ ଚାକର, ବାରମ୍ବାର ଗୋଚର, କଲେ ହୋଇବଦୋଷୀ ଯେବେ ।

ବିପତ୍ତି ବେଳେ ଭୟ, ବହି କଲେ ବିଶୟ, ବିଷୟୁଁ ତରିବ ବା କେବେ ହେ । ରାଧାକାନ୍ତ ।

ବିଷୟ କର୍ମରେ ନିରତ ।

ବିଶେଷ ହେବାରୁ ନିରତ ।

ବିଶଦ ନୋହି ମନ, ବିଷାଦେ ପ୍ରତିଦିନ, ବିଷମୁଁନୁହଁଇ ରହିତ ହେ । ରାଧାକାନ୍ତ ।

(୩୦)

ଶତ୍ରଗର୍ବଗଞ୍ଜନ, ଶ୍ରୀମାନସରଞ୍ଜନ, ଶ୍ରୀ ନିକେତନ ନିରଞ୍ଜନ ।

ଶ୍ରୀ ପୟର ତଳରେ, ଶରଣ ରଖିବାରେ, ସେବାରେ ସରାଅ ମୋ ଦିନ ହେ । ରାଧାକାନ୍ତ ।

ଶଶାଙ୍କ ପରି ଦିନୁଦିନ ।

ଶରୀର ହୋଇଲାଣିକ୍ଷୀନ।

ଶରଣ୍ୟ ହେବାଠାରେ ଶରଣାପନ୍ନଠାରେ,କିପାଁ କୃପା ନୁହେ ବହନ ହେ । ରାଧାକାନ୍ତ ।

 

(୩୧)

ସର୍ବବ୍ୟାପକ ସର୍ବ, ଆଶ୍ରୟ ଆହେ ସର୍ବ, ସହାଜାମାନସ-ରଞ୍ଜନ ।

ସାରସପଦେପୁଣ ସନ୍ତାପିତ ପରାଣ ସମର୍ପଣ କରୁଛି ଘେନ ହେ । ରାଧାକାନ୍ତ ।

ସଦା ଭଜି ନାମ ତୁମ୍ଭର ।

ସନ୍ତାପୁଁକିପାଁନୋହେ ପାର ।

ସଦୟେ ମନୁ ମୋର ସଂଶୟ କର ଦୂର; ସମାକୁଳ ନ କରି ଆର ହେ । ରାଧାକାନ୍ତ ।

(୩୨)

ସାରଙ୍ଗ ଅରି ଧାରି, ସାରଙ୍ଗେ ମତେ ଭରି ଅରି ଆଛନ୍ନ କରି ରଖ ।

ସାରଙ୍ଗହୋଇ ମୁହିଁ ସାରଙ୍ଗ ପଦ ଦୁଇ, ଚୁମ୍ବୁ ଯେ ଥିବି ପାଇ ସୁଖ ହେ । ରାଧାକାନ୍ତ ।

ସାରଙ୍ଗ ଜଳରେ ଯେସନ।

ସାରଙ୍ଗର ମନ ତେସନ ।

ସାରଙ୍ଗାସନ ଶୂରେ, ସାରଙ୍ଗସାରଙ୍ଗରେ, ସେବା ପଦେ ମୋର ମନ ହେ । ରାଧାକାନ୍ତ ।

(୩୩)

ହେଳା କଲେମୋ ଭେଳା, ବୁଡ଼ିଯିବଟି ବଳା ହକାରି ହେ ରକ୍ତାମାଳିଆ।

ହରିପୁଚ୍ଛଚୁଳିଆ, ହରିତ, ଦୁକୂଳିଆ, ହରିଶାୟିନୀପମୂଳିଆ ହେ । ରାଧାକାନ୍ତ ।

ହରି ବରୁଣ ହରି ହରି।

ହରି କୁବେର ହରି ହରି।

ହରି ଦେବାଦି ହରି, ହରି କେ ବୋଲି ବାରି ପାରି ନାହାନ୍ତି ତ ଆହୁରି ହେ । ରାଧାକାନ୍ତ ।

 

(୩୪)

କ୍ଷିଦ୍ରରେକୁଖଚର, କ୍ଷାମ କରି ଶରୀର କ୍ଷରିତ କରାଉଛି ଯେତେ ।

କ୍ଷେମଙ୍କର ହେ ତ୍ରାହି, କ୍ଷିପ୍ରେ ନ କଲେ ଏହି, କ୍ଷୁବ୍ଧେ ପ୍ରାଣ ରହିବ କେତେ ହେ । ରାଧାକାନ୍ତ ।

କ୍ଷଣିକ ଅଟେତ ଏ ପ୍ରାଣ ।

କ୍ଷଣକରେ ନ କଲେ ତ୍ରାଣ ।

କ୍ଷୌଣୀଶଚନ୍ଦ୍ରଚୂଡ଼ା ମଣି ବୋଲଇକ୍ରୀଡ଼ା, ହୋଇ କେ ପାଇବ ଦୂଷଣ ହେ । ରାଧାକାନ୍ତ ।

ସମ୍ପୂର୍ଣ୍ଣ ।